ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ସନ୍ଧ୍ୟାରେ ୮ ଲକ୍ଷ କ୍ୟୁସେକ୍ ଛୁଇଁବ ମୁଣ୍ଡଳୀ; ଜଳ ସମ୍ପଦ ବିଭାଗର ବଡ଼ ସୂଚନା, କଟକ ସମେତ ୫ ଜିଲ୍ଲା ଉପରେ ନଜର

ମୁଣ୍ଡଳୀରେ ୭.୮୩ ଲକ୍ଷ କ୍ୟୁସେକ୍ ପାଣି, ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ଛୁଇଁବା ଆଶଙ୍କା; ୪ ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ନଜର

ପ୍ରକାଶିତ: ସେପ୍ଟେମ୍ବର 28, 2026, 3:52 PM · 1 ମିନିଟ୍ ପଠନ · 16 ଦର୍ଶନ

Read in English

ସନ୍ଧ୍ୟାରେ ୮ ଲକ୍ଷ କ୍ୟୁସେକ୍ ଛୁଇଁବ ମୁଣ୍ଡଳୀ; ଜଳ ସମ୍ପଦ ବିଭାଗର ବଡ଼ ସୂଚନା, କଟକ ସମେତ ୫ ଜିଲ୍ଲା ଉପରେ ନଜର

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତିକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏବେ ନଜର ମହାନଦୀ ଉପରେ। ମୁଣ୍ଡଳୀ ବ୍ୟାରେଜ୍‌ରେ ଜଳପ୍ରବାହ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଛୁଇଁବା ଆକଳନ କରାଯାଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏନେଇ ସୂଚନା ଦେଇଛନ୍ତି। ରବିବାର ରାତିରୁ ମୁଣ୍ଡଳୀ ଦେଇ ମହାନଦୀରେ ଜଳପ୍ରବାହ ବଢ଼ିବା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ତଳମୁଣ୍ଡକୁ ପ୍ରବାହିତ ହେଉଥିଲା। ସନ୍ଧ୍ୟା ସମୟରେ ଏହା ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିପାରେ। ତେବେ ସନ୍ଧ୍ୟା ପରେ ମହାନଦୀରେ ଜଳପ୍ରବାହ ଧୀରେ ଧୀରେ କମିବାର ଆଶା ରହିଥିବାରୁ ଏହା କିଛିଟା ଆଶ୍ୱସ୍ତିର ବିଷୟ।

୫ ଜିଲ୍ଲା ଉପରେ ନଜର

ମହାନଦୀର ଜଳପ୍ରବାହ ବଢ଼ିବା ଯୋଗୁଁ ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ଓ ଚାଷଜମି ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟକୁରା ଓ ଗରଦପୁର ବ୍ଲକ୍‌ର କିଛି ତଳିଆ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇପାରେ। ମହାନଦୀର ବିଭିନ୍ନ ଶାଖାନଦୀ ଓ ନାଳଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି।

In-article advertisement

ମହାନଦୀର ଜଳପ୍ରବାହକୁ ନେଇ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରଖାଯାଇଛି। ବନ୍ଧଗୁଡ଼ିକର ସ୍ଥିତି ଉପରେ ନିୟମିତ ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ ରିଲିଫ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଚାଲିଛି।

ଅନ୍ୟ ନଦୀରେ ଆଶ୍ୱସ୍ତି

ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ନଦୀଗୁଡ଼ିକର ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର କମିବା ଆରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓଡ଼ିଶାରେ ମଧ୍ୟ ଅଧିକାଂଶ ନଦୀର ଜଳସ୍ତର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।

ଟ୍ୟାଗ୍: Odisha Flood, Mahanadi Flood, Mundali Barrage, Mundali Water Level, Odisha Flood Alert, Flood Situation Odisha, Odisha Flood News, Mahanadi Water Flow

ସମ୍ପର୍କିତ ସମ୍ବାଦ

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍
ଓଡ଼ିଶା

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ…

ସେପ୍ଟେମ୍ବର 28, 07:20 PM

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର
ଓଡ଼ିଶା

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର

୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ମିଳିଲା ଉତ୍ତର

ସେପ୍ଟେମ୍ବର 28, 07:02 PM

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ
ଓଡ଼ିଶା

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ…

ସେପ୍ଟେମ୍ବର 28, 06:09 PM

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’
ଓଡ଼ିଶା

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’

MMDR ତାତି: ବିଜେଡିର ଆନ୍ଦୋଳନ ଉପରେ ବର୍ଷିଲେ ମନମୋହନ ସାମଲ

ସେପ୍ଟେମ୍ବର 28, 06:04 PM