ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ବିଧାନସଭା, ୫ କାର୍ଯ୍ୟ ଦିବସରେ ୪ ବିଲ୍

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ…

ପ୍ରକାଶିତ: ସେପ୍ଟେମ୍ବର 28, 2026, 7:20 PM · 1 ମିନିଟ୍ ପଠନ · 2 ଦର୍ଶନ

Read in English

ଓଡ଼ିଶା ବିଧାନସଭା
ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଚଳିତ ମୌସୁମୀ ଅଧିବେଶନ ୯ଟି କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ଗୃହ କାର୍ଯ୍ୟକ୍ଷମ ଭାବେ ମାତ୍ର ୫ ଦିନ ଚାଲିଛି। ଏହି ୫ଟି କାର୍ଯ୍ୟ ଦିବସ ମଧ୍ୟରେ ମୋଟ ୪ଟି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି।

ଅଧିବେଶନ ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଶେଷକରି MMDR ସଂଶୋଧନ ଆଇନ ଓ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ପ୍ରତିବାଦ କରିଥିଲେ। ଫଳରେ ଅନେକ ସମୟରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

In-article advertisement

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଗୃହର କାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟ ଦିନରେ ମଧ୍ୟ ହଟ୍ଟଗୋଳ ଜାରି ରହିଥିଲା।

ସୋମବାର ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ମଧ୍ୟ MMDR ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରତିବାଦ କରିଥିଲେ। ଏହା ଯୋଗୁଁ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଅନ୍ୟପକ୍ଷରେ, ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ମଧ୍ୟ ଅଧିବେଶନ ଆଗୁଆ ଶେଷ କରିବାର ଏକ କାରଣ ଭାବେ ଦର୍ଶାଯାଇଛି।

ଟ୍ୟାଗ୍: Odisha Assembly Monsoon Session, Odisha Assembly Session 2026, Odisha Assembly Adjourned

ସମ୍ପର୍କିତ ସମ୍ବାଦ

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର
ଓଡ଼ିଶା

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର

୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ମିଳିଲା ଉତ୍ତର

ସେପ୍ଟେମ୍ବର 28, 07:02 PM

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ
ଓଡ଼ିଶା

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ…

ସେପ୍ଟେମ୍ବର 28, 06:09 PM

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’
ଓଡ଼ିଶା

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’

MMDR ତାତି: ବିଜେଡିର ଆନ୍ଦୋଳନ ଉପରେ ବର୍ଷିଲେ ମନମୋହନ ସାମଲ

ସେପ୍ଟେମ୍ବର 28, 06:04 PM

ସନ୍ଧ୍ୟାରେ ୮ ଲକ୍ଷ କ୍ୟୁସେକ୍ ଛୁଇଁବ ମୁଣ୍ଡଳୀ; ଜଳ ସମ୍ପଦ ବିଭାଗର ବଡ଼ ସୂଚନା, କଟକ ସମେତ ୫ ଜିଲ୍ଲା ଉପରେ ନଜର
ଓଡ଼ିଶା

ସନ୍ଧ୍ୟାରେ ୮ ଲକ୍ଷ କ୍ୟୁସେକ୍ ଛୁଇଁବ ମୁଣ୍ଡଳୀ; ଜଳ ସମ୍ପଦ ବିଭାଗର ବଡ଼ ସୂଚନା, କଟକ ସମେତ ୫ ଜିଲ୍ଲା ଉପରେ ନଜର

ମୁଣ୍ଡଳୀରେ ୭.୮୩ ଲକ୍ଷ କ୍ୟୁସେକ୍ ପାଣି, ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ଛୁଇଁବା ଆଶଙ୍କା; ୪ ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ନଜର

ସେପ୍ଟେମ୍ବର 28, 03:52 PM