ଭୁବନେଶ୍ୱର: ଓଡ଼ିଶାରେ ମହିଳା ନିଖୋଜ ମାମଲାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ୨୦୨୧ରୁ ୨୦୨୫ ମଧ୍ୟରେ ରାଜ୍ୟରେ ମୋଟ ୭୨,୦୯୦ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ସେଥିରୁ ୫୩,୭୨୦ ଜଣଙ୍କୁ ଜୁଲାଇ ୩୧, ୨୦୨୬ ସୁଦ୍ଧା ଟ୍ରେସ୍ କରାଯାଇଛି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଛନ୍ତି।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ତାଙ୍କ ତଥ୍ୟ ଅନୁସାରେ, ୨୦୨୧ରେ ୧୧,୬୩୫ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯,୧୨୧ ଜଣଙ୍କୁ ଟ୍ରେସ୍ କରାଯାଇଛି। ସେହିପରି ୨୦୨୨ରେ ୧୨,୭୯୩ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୯,୮୭୧ ଜଣ ଟ୍ରେସ୍ ହୋଇଛନ୍ତି। ୨୦୨୩ରେ ୧୩,୯୧୫ ଜଣ ନିଖୋଜ ହୋଇଥିବା ବେଳେ ୧୦,୬୬୧ ଜଣଙ୍କୁ ଠାବ କରାଯାଇଛି।





