ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ACF ସୌମ୍ୟରଞ୍ଜନ ମାମଲାରେ ନୂଆ ମୋଡ଼; ତତ୍କାଳୀନ ରୋଷେୟା ଗିରଫ, ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

ଭୁବନେଶ୍ୱର : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଅପଡେଟ୍‌। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କ…

ପ୍ରକାଶିତ: ସେପ୍ଟେମ୍ବର 30, 2026, 3:38 PM · 1 ମିନିଟ୍ ପଠନ · 0 ଦର୍ଶନ

Read in English

ACF ସୌମ୍ୟରଞ୍ଜନ ମାମଲାରେ ନୂଆ ମୋଡ଼; ତତ୍କାଳୀନ ରୋଷେୟା ଗିରଫ, ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଅପଡେଟ୍‌। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିବା ବେଳେ ଅନ୍ୟପଟେ ମାମଲାର ଅଭିଯୁକ୍ତ (ତତ୍କାଳୀନ ରୋଷେୟା) ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ।

ସୂଚନା ଅନୁସାରେ, ବିଦ୍ୟାଭାରତୀ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ସହ ମାମଲାର ବିଚାର ଚାଲିଥିବା ସମୟରେ ଗିରଫରୁ ସୁରକ୍ଷା ଦେବାକୁ ସେ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଛନ୍ତି।

୨୦୨୧ ମସିହା ଜୁଲାଇରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଗୁରୁତର ଦଗ୍ଧ ହୋଇଥିଲେ। ପରେ କଟକରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

In-article advertisement

ସୌମ୍ୟରଞ୍ଜନଙ୍କ ପରିବାର ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ଆସିଥିଲା। ପରେ ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

ଏପଟେ ମାମଲାରେ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ। ମାନ୍ୟବର SDJM, ପାରଳାଖେମୁଣ୍ଡିଙ୍କ ଅଦାଲତ ଜାରି କରିଥିବା Non-Bailable Warrant (NBW) ବଳରେ ପୁଲିସ ଆଜି ଭୋର ସମୟରେ ତାଙ୍କ ନିଜ ଗାଁରେ ଚଢ଼ାଉ କରି ମନ୍ମଥଙ୍କୁ ଧରିଥିଲା।

ପୁଲିସର ସୂଚନା ଅନୁସାରେ, ମନ୍ମଥଙ୍କ ବିରୋଧରେ IPCର ଧାରା ୩୦୨/୧୨୦-ବି ସମ୍ପର୍କିତ ମାମଲା ରହିଛି। ଗିରଫ ପରେ ତାଙ୍କୁ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ SDJM, ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଉଛି।

ସମ୍ପର୍କିତ ସମ୍ବାଦ

ଚେନ୍ ଲୁଟେରାଙ୍କୁ ଧରିବାକୁ ଡିସିପିଙ୍କ ମାଷ୍ଟରପ୍ଲାନ୍; ସାଦା ପୋଷାକରେ ମୁତୟନ ହେବେ ପୁଲିସ
ଓଡ଼ିଶା

ଚେନ୍ ଲୁଟେରାଙ୍କୁ ଧରିବାକୁ ଡିସିପିଙ୍କ ମାଷ୍ଟରପ୍ଲାନ୍; ସାଦା ପୋଷାକରେ ମୁତୟନ ହେବେ ପୁଲିସ

ଭୁବନେଶ୍ୱର: ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବ…

ସେପ୍ଟେମ୍ବର 30, 04:47 PM

SCBରେ ରୋଗୀ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ; ମାଡ଼ ମାରିଥିବା ଦାବି କଲେ ପରିବାର
ଓଡ଼ିଶା

SCBରେ ରୋଗୀ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ; ମାଡ଼ ମାରିଥିବା ଦାବି କଲେ ପରିବାର

କଟକ: ଚିକିତ୍ସା ପାଇଁ ଆସିଥିଲେ, ହେଲେ ହସ୍ପିଟାଲରେ ଚାଲିଗଲା ଜୀବନ। କଟକ SCB ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସୁରକ୍ଷାକର୍ମୀ ଓ ଆଟେଣ୍…

ସେପ୍ଟେମ୍ବର 30, 04:47 PM

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି
ଓଡ଼ିଶା

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେ…

ସେପ୍ଟେମ୍ବର 30, 01:32 PM

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ
ଓଡ଼ିଶା

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…

ସେପ୍ଟେମ୍ବର 30, 01:30 PM