ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେ…

ପ୍ରକାଶିତ: ସେପ୍ଟେମ୍ବର 30, 2026, 1:32 PM · 1 ମିନିଟ୍ ପଠନ · 0 ଦର୍ଶନ

Read in English

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେକ ଦାମୀ ମୋଟରସାଇକଲ୍‌। ଏଥିରେ ୮ଟି ଇଲେକ୍ଟ୍ରିକ୍‌ ଯାନ (EV) ମଧ୍ୟ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସହଦେବଖୁଣ୍ଟା ଅଞ୍ଚଳରେ ଥିବା ହିରୋ ମୋଟର୍ସ ସୋ’ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍‌ର ପ୍ରଥମ ମହଲାରେ ଡିସପ୍ଲେ ପାଇଁ ରଖାଯାଇଥିବା ଗାଡ଼ିଗୁଡ଼ିକ ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍‌ ଭିତରୁ ପ୍ରବଳ ଧୂଆଁ ବାହାରିବା ସହ ଅଗ୍ନିଶିଖା ଦେଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ସୋ’ରୁମ୍‌ ବନ୍ଦ ଥିଲା। ତେଣୁ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ।

In-article advertisement

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ସୋ’ରୁମ୍‌ର କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହାର ଆକଳନ ଜାରି ରହିଛି।

ସମ୍ପର୍କିତ ସମ୍ବାଦ

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ
ଓଡ଼ିଶା

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…

ସେପ୍ଟେମ୍ବର 30, 01:30 PM

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ
ଓଡ଼ିଶା

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ଛଅ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ପୁଣି ଖୋଲିଛି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱାର। ବୁଧବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସକାଳର ନୀତିକାନ୍ତି ଶେଷ ହେବା…

ସେପ୍ଟେମ୍ବର 30, 11:54 AM

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି
ଓଡ଼ିଶା

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର…

ସେପ୍ଟେମ୍ବର 30, 11:20 AM

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM