ଭୁବନେଶ୍ୱର: ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବ…
ଭୁବନେଶ୍ୱର: ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବିଶେଷକରି ଭିଡ଼ ଅଞ୍ଚଳ ଓ ପୂଜା ମଣ୍ଡପ ନିକଟରେ ସାଦା ପୋଷାକରେ ପୁଲିସ ନଜର ରଖିବ।
ଚେନ୍ ଲୁଟ୍ ରୋକିବା ନେଇ ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ୍ ଏମ୍ ଏସିପି ଓ ଆଇଆଇସିମାନଙ୍କ ସହ ଆଲୋଚନା କରିଛନ୍ତି। ପାର୍ବଣ ପୂର୍ବରୁ ଚେନ୍ ଲୁଟ୍ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱର ୟୁପିଡି ଅଞ୍ଚଳରେ ଗତ ୮ ମାସରେ ୧୧୫ଟି ସୁନା ଚେନ୍ ଲୁଟ୍ ନେଇ ଅଭିଯୋଗ ହୋଇଛି। ତେବେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ଚେନ୍ ମଧ୍ୟ ଜବତ କରିଛି।
ଆଗକୁ ଦଶହରା ଓ ଅନ୍ୟ ପାର୍ବଣକୁ ନେଇ ରାଜଧାନୀରେ ଭିଡ଼ ବଢ଼ିବାକୁ ଥିବାରୁ ଚେନ୍ ଲୁଟ୍ ରୋକିବା ପାଇଁ ପୁଲିସର ନଜରଦାରୀକୁ ଆହୁରି କଡ଼ା କରାଯିବ। ଚେନ୍ ଲୁଟେରାଙ୍କୁ ଧରିବା ପାଇଁ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ବୋଲି ଡିସିପି କହିଛନ୍ତି।
ଟ୍ୟାଗ୍: Bhubaneswar Police, Chain Snatching, Chain Snatchers, Dussehra 2026, Dussehra Security, Odisha Police