ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…

ପ୍ରକାଶିତ: ସେପ୍ଟେମ୍ବର 30, 2026, 1:30 PM · 1 ମିନିଟ୍ ପଠନ · 0 ଦର୍ଶନ

Read in English

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେଉଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ୱିତୀୟ ସପ୍ତାହ ଆରମ୍ଭରୁ ରାଜ୍ୟରୁ ମୌସୁମୀ ବିଦାୟ ନେଇପାରେ।

ଅନ୍ୟପଟେ, ମୌସୁମି ଦୁର୍ବଳ ଥିଲେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ହାରାହାରି ୧.୧ ମି.ମି. ବର୍ଷା ରେକର୍ଡ ହୋଇଛି। କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ୍‌ରେ ସର୍ବାଧିକ ୪୫ ମି.ମି. ବର୍ଷା ହୋଇଛି। ସେହିପରି ୧୨ଟି ବ୍ଲକ୍‌ରେ ୧୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ଜିଲ୍ଲାସ୍ତରୀୟ ହାରାହାରି ବର୍ଷାକୁ ଦେଖିଲେ, କଟକରେ ୯.୫ ମି.ମି., ପୁରୀରେ ୬.୩ ମି.ମି., ଗଜପତିରେ ୪.୯ ମି.ମି., ଖୋର୍ଦ୍ଧାରେ ୨.୯ ମି.ମି., ଢେଙ୍କାନାଳରେ ୨.୫ ମି.ମି., କୋରାପୁଟରେ ୨.୪ ମି.ମି. ଏବଂ ମାଲକାନଗିରିରେ ୧.୯ ମି.ମି. ବର୍ଷା ହୋଇଛି।

In-article advertisement

ସେପ୍ଟେମ୍ବର ୧ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୩୧୬.୨ ମି.ମି. ବର୍ଷା ରେକର୍ଡ ହୋଇଛି। ଏହି ସମୟର ସ୍ୱାଭାବିକ ହାରାହାରି ବର୍ଷା ୨୩୩.୪ ମି.ମି. ତୁଳନାରେ ଏହା ୩୫.୫ ପ୍ରତିଶତ ଅଧିକ ବୋଲି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ର କିଛି ଅଞ୍ଚଳରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ମୌସୁମୀ ବିଦାୟ ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରାଯାଇଛି।

ଟ୍ୟାଗ୍: #OdishaWeather #WeatherUpdate #OdishaRain #Monsoon #MonsoonWithdrawal #YellowWarning #RainAlert

ସମ୍ପର୍କିତ ସମ୍ବାଦ

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି
ଓଡ଼ିଶା

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେ…

ସେପ୍ଟେମ୍ବର 30, 01:32 PM

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ
ଓଡ଼ିଶା

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ଛଅ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ପୁଣି ଖୋଲିଛି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱାର। ବୁଧବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସକାଳର ନୀତିକାନ୍ତି ଶେଷ ହେବା…

ସେପ୍ଟେମ୍ବର 30, 11:54 AM

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି
ଓଡ଼ିଶା

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର…

ସେପ୍ଟେମ୍ବର 30, 11:20 AM

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM