ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୪.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର PRASAD ଯୋଜନା ଅଧୀନରେ ଏହି ଅର୍ଥ ମଞ୍ଜୁର ହୋଇଛି। ଏହି ଅର୍ଥରେ ମା’ କିଚକେଶ୍ୱରୀ ମନ୍ଦିର ପରିସରରେ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା ବିକାଶ କରାଯିବ।
ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରର ବିକାଶ ସହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହା ଫଳରେ ଖିଚିଂ ଏକ ଆକର୍ଷଣୀୟ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀ ଭାବେ ଆହୁରି ଉନ୍ନତ ହେବାର ଆଶା ରହିଛି।





