ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଚେନ୍ ଲୁଟେରାଙ୍କୁ ଧରିବାକୁ ଡିସିପିଙ୍କ ମାଷ୍ଟରପ୍ଲାନ୍; ସାଦା ପୋଷାକରେ ମୁତୟନ ହେବେ ପୁଲିସ

ଭୁବନେଶ୍ୱର: ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବ…

ପ୍ରକାଶିତ: ସେପ୍ଟେମ୍ବର 30, 2026, 4:47 PM · 1 ମିନିଟ୍ ପଠନ · 1 ଦର୍ଶନ

Read in English

ଚେନ୍ ଲୁଟେରାଙ୍କୁ ଧରିବାକୁ ଡିସିପିଙ୍କ ମାଷ୍ଟରପ୍ଲାନ୍; ସାଦା ପୋଷାକରେ ମୁତୟନ ହେବେ ପୁଲିସ

ଭୁବନେଶ୍ୱର: ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବିଶେଷକରି ଭିଡ଼ ଅଞ୍ଚଳ ଓ ପୂଜା ମଣ୍ଡପ ନିକଟରେ ସାଦା ପୋଷାକରେ ପୁଲିସ ନଜର ରଖିବ।

ଚେନ୍ ଲୁଟ୍ ରୋକିବା ନେଇ ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ୍ ଏମ୍‌ ଏସିପି ଓ ଆଇଆଇସିମାନଙ୍କ ସହ ଆଲୋଚନା କରିଛନ୍ତି। ପାର୍ବଣ ପୂର୍ବରୁ ଚେନ୍ ଲୁଟ୍ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି।

In-article advertisement

ସୂଚନା ଅନୁସାରେ, ଭୁବନେଶ୍ୱର ୟୁପିଡି ଅଞ୍ଚଳରେ ଗତ ୮ ମାସରେ ୧୧୫ଟି ସୁନା ଚେନ୍ ଲୁଟ୍ ନେଇ ଅଭିଯୋଗ ହୋଇଛି। ତେବେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ଚେନ୍ ମଧ୍ୟ ଜବତ କରିଛି।

ଆଗକୁ ଦଶହରା ଓ ଅନ୍ୟ ପାର୍ବଣକୁ ନେଇ ରାଜଧାନୀରେ ଭିଡ଼ ବଢ଼ିବାକୁ ଥିବାରୁ ଚେନ୍ ଲୁଟ୍ ରୋକିବା ପାଇଁ ପୁଲିସର ନଜରଦାରୀକୁ ଆହୁରି କଡ଼ା କରାଯିବ। ଚେନ୍ ଲୁଟେରାଙ୍କୁ ଧରିବା ପାଇଁ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ବୋଲି ଡିସିପି କହିଛନ୍ତି।


ଟ୍ୟାଗ୍: Bhubaneswar Police, Chain Snatching, Chain Snatchers, Dussehra 2026, Dussehra Security, Odisha Police

ସମ୍ପର୍କିତ ସମ୍ବାଦ

SCBରେ ରୋଗୀ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ; ମାଡ଼ ମାରିଥିବା ଦାବି କଲେ ପରିବାର
ଓଡ଼ିଶା

SCBରେ ରୋଗୀ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ; ମାଡ଼ ମାରିଥିବା ଦାବି କଲେ ପରିବାର

କଟକ: ଚିକିତ୍ସା ପାଇଁ ଆସିଥିଲେ, ହେଲେ ହସ୍ପିଟାଲରେ ଚାଲିଗଲା ଜୀବନ। କଟକ SCB ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସୁରକ୍ଷାକର୍ମୀ ଓ ଆଟେଣ୍…

ସେପ୍ଟେମ୍ବର 30, 04:47 PM

ACF ସୌମ୍ୟରଞ୍ଜନ ମାମଲାରେ ନୂଆ ମୋଡ଼; ତତ୍କାଳୀନ ରୋଷେୟା ଗିରଫ, ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ
ଓଡ଼ିଶା

ACF ସୌମ୍ୟରଞ୍ଜନ ମାମଲାରେ ନୂଆ ମୋଡ଼; ତତ୍କାଳୀନ ରୋଷେୟା ଗିରଫ, ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ

ଭୁବନେଶ୍ୱର : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଅପଡେଟ୍‌। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କ…

ସେପ୍ଟେମ୍ବର 30, 03:38 PM

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି
ଓଡ଼ିଶା

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେ…

ସେପ୍ଟେମ୍ବର 30, 01:32 PM

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ
ଓଡ଼ିଶା

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…

ସେପ୍ଟେମ୍ବର 30, 01:30 PM