ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ସରକାରୀ ଜମିରେ ଗଡ଼ବଡ଼ କଲେ ଅଧିକାରୀଙ୍କ ବିରୋଧରେ ବି କ୍ରିମିନାଲ୍ ଆକ୍ସନ୍; ସବୁ କଲେକ୍ଟରଙ୍କୁ ACSଙ୍କ କଡ଼ା ନିର୍ଦ୍ଦେଶ

ଅବ୍ୟବହୃତ ଜମି ଚିହ୍ନଟ ପାଇଁ ଜିଲ୍ଲାଭିତ୍ତିକ ଅଭିଯାନ, ଅଧିକାରୀଙ୍କୁ ସତର୍କବାଣୀ

୩ ବର୍ଷ ଧରି ଅବ୍ୟବହୃତ ସରକାରୀ ଜମି ଫେରିବ ସରକାରଙ୍କୁ

ପ୍ରକାଶିତ: ସେପ୍ଟେମ୍ବର 28, 2026, 2:32 PM · 1 ମିନିଟ୍ ପଠନ · 9 ଦର୍ଶନ

Read in English

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଜମିର ବେଆଇନ ଦଖଲ, ଦୁରୁପଯୋଗ ଓ ବର୍ଷ ବର୍ଷ ଧରି ଅବ୍ୟବହୃତ ପଡ଼ିଥିବା ଜମି ବିରୋଧରେ ରାଜ୍ୟ ସରକାର ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଏଣିକି ଲିଜ୍, ଅଗ୍ରୀମ ଦଖଲ (Advance Possession), ପରମିସିଭ୍ ପଜେସନ୍ ଓ ଆଲିଏନେସନ୍ ମାଧ୍ୟମରେ ବଣ୍ଟନ ହୋଇଥିବା ସମସ୍ତ ସରକାରୀ ଜମିର ଜିଲ୍ଲାଭିତ୍ତିକ ସମୀକ୍ଷା କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ କଲେକ୍ଟରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ଚିଠିରେ ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ଜମି ଏକ ମୂଲ୍ୟବାନ ଜନସମ୍ପଦ। ଏହାର ସୁରକ୍ଷା, ସଠିକ୍ ବ୍ୟବହାର ଓ ବେଆଇନ ଦଖଲ ରୋକିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ବିଶେଷକରି ପ୍ରଭାବଶାଳୀ ବ୍ୟକ୍ତି, ସଂଗଠନ କିମ୍ବା ସ୍ୱାର୍ଥଗୋଷ୍ଠୀ ସହ ଜଡ଼ିତ ମାମଲାରେ କୌଣସି ଚାପ କିମ୍ବା ପ୍ରଭାବରେ ନ ପଡ଼ି ଆଇନ ଅନୁସାରେ ନିର୍ଭୟ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ରାଜସ୍ୱ ଅଧିକାରୀଙ୍କୁ କୁହାଯାଇଛି।

୩ ବର୍ଷ ଧରି ବ୍ୟବହାର ହୋଇନଥିଲେ ହେବ ରିଜ୍ୟୁମ୍

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଲିଜ୍‌ରେ ଦିଆଯାଇଥିବା ସରକାରୀ ଜମି ଯଦି ସେଟଲମେଣ୍ଟ ପରେ ୩ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ରହିଛି କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବଦଳରେ ଅନ୍ୟ କାମରେ ବ୍ୟବହୃତ ହେଉଛି, ତେବେ ଆଇନ ଅନୁଯାୟୀ ଜମି ପୁନଃ ସରକାରଙ୍କ ଅଧୀନକୁ ଫେରାଇବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ଏହା ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ଆଇନ, ୧୯୬୨ ଓ OGLS Rules, 1983 ଅନୁସାରେ କରାଯିବ।

In-article advertisement

ଅଗ୍ରୀମ ଓ ପରମିସିଭ୍ ପଜେସନ୍‌ରେ ମଧ୍ୟ ଯାଞ୍ଚ

ଅଗ୍ରୀମ ଦଖଲ ମାମଲାରେ Rule 11-A ଅନୁସାରେ ଫିଲ୍ଡ ଭେରିଫିକେସନ୍ କରାଯିବ। ସେହିପରି ପରମିସିଭ୍ ପଜେସନ୍‌ରେ ଥିବା ଜମିର ବର୍ତ୍ତମାନ ସ୍ଥିତି ଯାଞ୍ଚ କରି Rule 9-A(2) ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ। ଖାଲି ପଡ଼ିଥିବା କିମ୍ବା ସର୍ତ୍ତ ଉଲ୍ଲଂଘନ କରାଯାଇଥିବା ଜମିକୁ ମଧ୍ୟ ସରକାରୀ ଖାତାକୁ ଫେରାଇ ନିଆଯିବ।

ସରକାରୀ ବିଭାଗ ଓ ଅଧିକାରୀ ମଧ୍ୟ ନଜରରେ

ପ୍ରକଳ୍ପ ପାଇଁ ବିଭିନ୍ନ ସରକାରୀ ବିଭାଗକୁ ହସ୍ତାନ୍ତର ହୋଇଥିବା ଜମିର ମଧ୍ୟ ଫିଲ୍ଡ ଯାଞ୍ଚ ହେବ। କୌଣସି ଜମି କିମ୍ବା ତାହାର ଅଂଶ ୩ ବର୍ଷ ଧରି ବ୍ୟବହୃତ ନ ହୋଇଥିଲେ, ତାହାକୁ ରାଜସ୍ୱ ବିଭାଗକୁ ଫେରାଇବା ପ୍ରସ୍ତାବ ଦିଆଯିବ।

ଡ. ପାଢ଼ୀ ଆହୁରି ସତର୍କ କରିଛନ୍ତି ଯେ, ବେଆଇନ ଦଖଲକାରୀ କିମ୍ବା ସ୍ୱାର୍ଥଗୋଷ୍ଠୀ ସହ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତତା ପ୍ରମାଣିତ ହେଲେ, ତାଙ୍କ ବିରୋଧରେ କଡ଼ା ବିଭାଗୀୟ ସହ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମଗ୍ର ଅଭିଯାନର ନିୟମିତ ତଦାରଖ ପାଇଁ ପ୍ରତ୍ୟେକ କଲେକ୍ଟରଙ୍କୁ ପ୍ରତି ମାସର ୫ ତାରିଖ ସୁଦ୍ଧା ଅନଲାଇନ୍ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଟ୍ୟାଗ୍: ଓଡ଼ିଶା, Odisha News, Government Land, Government Land Odisha, Revenue Department, Odisha Revenue Department, Land Encroachment, Government Land Encroachment, Land Lease, Land Resumption

ସମ୍ପର୍କିତ ସମ୍ବାଦ

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍
ଓଡ଼ିଶା

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ…

ସେପ୍ଟେମ୍ବର 28, 07:20 PM

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର
ଓଡ଼ିଶା

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର

୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ମିଳିଲା ଉତ୍ତର

ସେପ୍ଟେମ୍ବର 28, 07:02 PM

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ
ଓଡ଼ିଶା

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ…

ସେପ୍ଟେମ୍ବର 28, 06:09 PM

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’
ଓଡ଼ିଶା

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’

MMDR ତାତି: ବିଜେଡିର ଆନ୍ଦୋଳନ ଉପରେ ବର୍ଷିଲେ ମନମୋହନ ସାମଲ

ସେପ୍ଟେମ୍ବର 28, 06:04 PM