ବ୍ରେକିଂ ନ୍ୟୁଜ୍

ଓଡ଼ିଶା

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ଛଅ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ପୁଣି ଖୋଲିଛି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱାର। ବୁଧବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସକାଳର ନୀତିକାନ୍ତି ଶେଷ ହେବା…

ପ୍ରକାଶିତ: ସେପ୍ଟେମ୍ବର 30, 2026, 11:54 AM · 1 ମିନିଟ୍ ପଠନ · 1 ଦର୍ଶନ

Read in English

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ଛଅ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ପୁଣି ଖୋଲିଛି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱାର। ବୁଧବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସକାଳର ନୀତିକାନ୍ତି ଶେଷ ହେବା ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି। ମନ୍ଦିର ଖୋଲିବା ପୂର୍ବରୁ ବହୁ ସଂଖ୍ୟାରେ ଭକ୍ତ ଏଠାରେ ଏକାଠି ହୋଇଥିଲେ।

କୋଭିଡ୍‌ ମହାମାରୀ ସମୟରୁ, ଅର୍ଥାତ୍‌ ୨୦୨୦ ମସିହାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। କେବଳ ପ୍ରତିବର୍ଷ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ମିଳୁଥିଲା। ଏବେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ପ୍ରଥମ ତିନି ଦିନ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ପ୍ରତି ଭକ୍ତଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ତେବେ ୫ ବର୍ଷରୁ କମ୍‌ ବୟସର ଶିଶୁ, ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ମାଗଣା ରହିବ। ସାଧାରଣ ଦିନରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିର ଦର୍ଶନ କରିପାରିବେ। ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ଶୀତଦିନରେ ଦର୍ଶନ ସମୟ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ରହିବ।

In-article advertisement

ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ କରିବେ। ଆନନ୍ଦବଜାର ନିକଟରେ ବିକାଶ କାର୍ଯ୍ୟ ଚାଲୁଥିବାରୁ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ ବର୍ତ୍ତମାନ ବନ୍ଦ ରହିଛି। ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ରାମ୍ପ ବ୍ୟବସ୍ଥା କରାଯାଇଛି। ଏଥିସହ ଜୋତା ଓ ମୋବାଇଲ୍‌ ରଖିବା ପାଇଁ ମାଗଣା ବ୍ୟବସ୍ଥା ମଧ୍ୟ କରାଯାଇଛି। ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ସମ୍ପର୍କିତ ସମ୍ବାଦ

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି
ଓଡ଼ିଶା

ବାଇକ୍ ସୋ’ରୁମ୍‌ରେ ଭୟଙ୍କର ନିଆଁ, ୮ ଇଭି ସମେତ ଜଳିଗଲା ଅନେକ ଗାଡ଼ି

ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ସୋ’ରୁମ୍‌ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେ…

ସେପ୍ଟେମ୍ବର 30, 01:32 PM

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ
ଓଡ଼ିଶା

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…

ସେପ୍ଟେମ୍ବର 30, 01:30 PM

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି
ଓଡ଼ିଶା

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର…

ସେପ୍ଟେମ୍ବର 30, 11:20 AM

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM