ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଜନସେବା କେନ୍ଦ୍ର ମାଲିକଙ୍କୁ ଟାର୍ଗେଟ କରି ଫାୟାରିଂ; ୩ ରାଉଣ୍ଡ ଗୁଳି…ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଚାଲିଗଲା ଜୀବନ

କେନ୍ଦୁଝରରେ ରାତି ଅଧରେ ଗୁଳିର ଗର୍ଜନ। ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକ…

ପ୍ରକାଶିତ: ସେପ୍ଟେମ୍ବର 29, 2026, 11:26 AM · 1 ମିନିଟ୍ ପଠନ · 5 ଦର୍ଶନ

Read in English

ଜନସେବା କେନ୍ଦ୍ର ମାଲିକଙ୍କୁ ଟାର୍ଗେଟ କରି ଫାୟାରିଂ; ୩ ରାଉଣ୍ଡ ଗୁଳି…ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଚାଲିଗଲା ଜୀବନ

କେନ୍ଦୁଝରରେ ରାତି ଅଧରେ ଗୁଳିର ଗର୍ଜନ। ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଛନ୍ତି ତ୍ରିଲୋଚନ ମହାନ୍ତ। ମୃତକଙ୍କ ପତ୍ନୀ ଜଣେ ମହିଳା କନେଷ୍ଟବଳ ବୋଲି ଜଣାପଡ଼ିଛି।

ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଅଧୀନ କେନ୍ଦେଇପଶି ଅଞ୍ଚଳର ଖୁଣ୍ଟାପଡ଼ା ନିକଟରେ। ସୂଚନା ଅନୁସାରେ, ଖଜିରାପଶି ଗାଁର ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ଫେରୁଥିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ।

ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଲୋଚନଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଯାଇଥିଲା। ଗୁଳି ତାଙ୍କ ହାତରେ ବାଜିଥିବା ବେଳେ ଦୁର୍ବୃତ୍ତମାନେ ପରେ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିବା ସମୟରେ ତ୍ରିଲୋଚନଙ୍କ ମୃତ୍ୟୁ ହୋଇଛି।

In-article advertisement

ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନରୁ ୩ଟି ଖାଲି ଗୁଳି ଖୋକା ଜବତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳକୁ ଘେରାଉ କରି ପ୍ରମାଣ ସଂଗ୍ରହ କରିବା ସହ ଆକ୍ରମଣକାରୀଙ୍କ ସନ୍ଧାନ ଜାରି ରଖିଛି।

ଅନ୍ୟପଟେ, ଜନସେବା କେନ୍ଦ୍ରରୁ କିଛି ଟଙ୍କା ନିଖୋଜ ଥିବା ନେଇ ମଧ୍ୟ ସୂଚନା ମିଳିଛି। ତେଣୁ ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିଲା କି, ନା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତ୍ରିଲୋଚନଙ୍କୁ ଟାର୍ଗେଟ କରାଯାଇଥିଲା, ତାହା ଏବେ ତଦନ୍ତର ପ୍ରମୁଖ ଦିଗ। ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ପରିଚୟ ଜାଣିବାକୁ ପୁଲିସ ଛାନଭିନ୍ ଜାରି ରଖିଛି।

ଟ୍ୟାଗ୍: #Keonjhar #OdishaCrime #Firing #JanaSevaKendra #OdishaNews #CrimeNews

ସମ୍ପର୍କିତ ସମ୍ବାଦ

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍
ଓଡ଼ିଶା

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ…

ସେପ୍ଟେମ୍ବର 29, 11:16 AM

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର
ଓଡ଼ିଶା

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର

୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ମିଳିଲା ଉତ୍ତର

ସେପ୍ଟେମ୍ବର 28, 07:02 PM

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ
ଓଡ଼ିଶା

ମହାନଦୀର ହେବ କି ସମାଧାନ? ଅକ୍ଟୋବର ୧ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଠି ବସିବେ ଦୁଇ ରାଜ୍ୟ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ…

ସେପ୍ଟେମ୍ବର 28, 06:09 PM

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’
ଓଡ଼ିଶା

MMDRକୁ ନେଇ ବିଜେଡି ଆନ୍ଦୋଳନ: ବର୍ଷିଲେ ମନମୋହନ, କହିଲେ - ‘ଆନ୍ଦୋଳନ ନୁହେଁ, ପ୍ରସ୍ତାବ ଦିଅ’

MMDR ତାତି: ବିଜେଡିର ଆନ୍ଦୋଳନ ଉପରେ ବର୍ଷିଲେ ମନମୋହନ ସାମଲ

ସେପ୍ଟେମ୍ବର 28, 06:04 PM