ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର…

ପ୍ରକାଶିତ: ସେପ୍ଟେମ୍ବର 30, 2026, 11:20 AM · 1 ମିନିଟ୍ ପଠନ · 1 ଦର୍ଶନ

Read in English

ଖିଚିଂ ମା’ କିଚକେଶ୍ୱରୀଙ୍କ ପାଇଁ ବଡ଼ ଖବର; ବିକାଶରେ ଖର୍ଚ୍ଚ ହେବ ୪୪.୯୧ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖିଚିଂର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ଼ ଅନୁଦାନ ମଞ୍ଜୁର ହୋଇଛି। ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୪.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର PRASAD ଯୋଜନା ଅଧୀନରେ ଏହି ଅର୍ଥ ମଞ୍ଜୁର ହୋଇଛି। ଏହି ଅର୍ଥରେ ମା’ କିଚକେଶ୍ୱରୀ ମନ୍ଦିର ପରିସରରେ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା ବିକାଶ କରାଯିବ।

ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରର ବିକାଶ ସହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହା ଫଳରେ ଖିଚିଂ ଏକ ଆକର୍ଷଣୀୟ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀ ଭାବେ ଆହୁରି ଉନ୍ନତ ହେବାର ଆଶା ରହିଛି।

In-article advertisement

ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ହେଲେ କେବଳ ଧାର୍ମିକ ପର୍ଯ୍ୟଟନ ନୁହେଁ, ମୟୂରଭଞ୍ଜର ସାମଗ୍ରିକ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଲାଭ ମିଳିବ। ସେହିପରି ସ୍ଥାନୀୟ ବ୍ୟବସାୟ, ରୋଜଗାର ଏବଂ ଅଞ୍ଚଳର ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଖିଚିଂର ଐତିହାସିକ ଓ ଧାର୍ମିକ ଗୁରୁତ୍ୱକୁ ଆହୁରି ଆକର୍ଷଣୀୟ ଢଙ୍ଗରେ ପର୍ଯ୍ୟଟକଙ୍କ ସମ୍ମୁଖରେ ଆଣିବାରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

ସମ୍ପର୍କିତ ସମ୍ବାଦ

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ
ଓଡ଼ିଶା

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ଛଅ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ପାଇଁ ପୁଣି ଖୋଲିଛି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱାର। ବୁଧବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସକାଳର ନୀତିକାନ୍ତି ଶେଷ ହେବା…

ସେପ୍ଟେମ୍ବର 30, 11:54 AM

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ଓଡ଼ିଶା

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJ…

ସେପ୍ଟେମ୍ବର 29, 05:20 PM

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO
ଓଡ଼ିଶା

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। କ୍ଲାସ୍‌ ୧ରୁ ୮ ପ…

ସେପ୍ଟେମ୍ବର 29, 05:13 PM