ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJ…

ପ୍ରକାଶିତ: ସେପ୍ଟେମ୍ବର 29, 2026, 5:20 PM · 1 ମିନିଟ୍ ପଠନ · 0 ଦର୍ଶନ

Read in English

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନା ଅନୁସାରେ, ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ।

In-article advertisement

ବନକଲାଗି ହେଉଛି ଶ୍ରୀଜିଉଙ୍କ ଏକ ସ୍ୱତନ୍ତ୍ର ଗୁପ୍ତ ନୀତି। ଏହି ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପାରମ୍ପରିକ ରଙ୍ଗରେ ସଜାଇଥାନ୍ତି। ନୀତିର ଗୋପନୀୟତା ଦୃଷ୍ଟିରୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହେ। ତେଣୁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ସମୟକୁ ଧ୍ୟାନରେ ରଖି ନିଜ ଯାତ୍ରା ଯୋଜନା କରିବାକୁ SJTA ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ପର୍କିତ ସମ୍ବାଦ

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO
ଓଡ଼ିଶା

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। କ୍ଲାସ୍‌ ୧ରୁ ୮ ପ…

ସେପ୍ଟେମ୍ବର 29, 05:13 PM

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର
ଓଡ଼ିଶା

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର

ଭାରତୀୟ ଆକାଶରେ ନଜର ଆସିବ ଆମେରିକାର ଅତ୍ୟାଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ F-35A Lightning II। ପ୍ରଥମଥର ପାଇଁ ଭାରତରେ ଆୟୋଜିତ ଏକ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସରେ F-35A ସାମିଲ ହୋଇଛି…

ସେପ୍ଟେମ୍ବର 29, 03:13 PM

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା
ଓଡ଼ିଶା

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଯନ୍ତ୍ରୀ। ମାଥିଲି ବ୍ଲକର Assistant Executive Engineer (AEE) ଶିଶିର କୁମାର ଦା…

ସେପ୍ଟେମ୍ବର 29, 02:12 PM