ବାଲେଶ୍ୱର: ବାଲେଶ୍ୱରରେ ଏକ ବାଇକ୍ ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସୋ’ରୁମ୍ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେକ ଦାମୀ ମୋଟରସାଇକଲ୍। ଏଥିରେ ୮ଟି ଇଲେକ୍ଟ୍ରିକ୍ ଯାନ (EV) ମଧ୍ୟ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସହଦେବଖୁଣ୍ଟା ଅଞ୍ଚଳରେ ଥିବା ହିରୋ ମୋଟର୍ସ ସୋ’ରୁମ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍ର ପ୍ରଥମ ମହଲାରେ ଡିସପ୍ଲେ ପାଇଁ ରଖାଯାଇଥିବା ଗାଡ଼ିଗୁଡ଼ିକ ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍ ଭିତରୁ ପ୍ରବଳ ଧୂଆଁ ବାହାରିବା ସହ ଅଗ୍ନିଶିଖା ଦେଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ସୋ’ରୁମ୍ ବନ୍ଦ ଥିଲା। ତେଣୁ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ।





