ବ୍ରେକିଂ ନ୍ୟୁଜ୍

ବିଶ୍ୱ

ଆରବ ସାଗରରେ ବଡ଼ ଡ୍ରଗ୍ସ ଅପରେସନ୍‌; ୩ ହଜାର କୋଟିର ନିଶାଦ୍ରବ୍ୟ ଜବତ, ୫ ପାକିସ୍ତାନୀ ଅଟକ

ନୂଆଦିଲ୍ଲୀ: ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଗୁଜରାଟ ATS ସହ ମିଳିତ ଅପରେସନ୍‌ରେ ଏକ ଇରାନୀ ଜାହାଜରୁ ୫୨୬ କିଲୋଗ୍ରାମ୍‌ର ହେରୋଇନ…

ପ୍ରକାଶିତ: ସେପ୍ଟେମ୍ବର 30, 2026, 1:15 PM · 1 ମିନିଟ୍ ପଠନ · 0 ଦର୍ଶନ

Read in English

ଆରବ ସାଗରରେ ବଡ଼ ଡ୍ରଗ୍ସ ଅପରେସନ୍‌; ୩ ହଜାର କୋଟିର ନିଶାଦ୍ରବ୍ୟ ଜବତ, ୫ ପାକିସ୍ତାନୀ ଅଟକ
  1. ନୂଆଦିଲ୍ଲୀ: ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଗୁଜରାଟ ATS ସହ ମିଳିତ ଅପରେସନ୍‌ରେ ଏକ ଇରାନୀ ଜାହାଜରୁ ୫୨୬ କିଲୋଗ୍ରାମ୍‌ର ହେରୋଇନ୍‌ ଓ ମେଥାମ୍ଫେଟାମାଇନ୍‌ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି।

ତଟରକ୍ଷୀ ବାହିନୀ ଅନୁସାରେ, ଏହି ଅପରେସନ୍‌ ସମୁଦ୍ରପଥରେ ହେଉଥିବା ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ବିରୋଧରେ ଏକ ବଡ଼ ସଫଳତା।ଏହି ଅପରେସନ୍‌ରେ ଜାହାଜରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ଏହି ସନ୍ଦିଗ୍ଧ ଜାହାଜକୁ ଠାବ କରାଯାଇଥିଲା।

In-article advertisement

ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ର ଓ ଆକାଶପଥରୁ ଜାହାଜର ଗତିବିଧି ଉପରେ ନଜର ରଖିଥିଲା। ପରେ ଏହାକୁ ପିଛା କରି ଲାକ୍ଷାଦ୍ୱୀପର ପଶ୍ଚିମରେ ଅଟକାଇ ତଲାସି କରାଯାଇଥିଲା। ତଲାସି ସମୟରେ ବିପୁଳ ପରିମାଣର ମେଥାମ୍ଫେଟାମାଇନ୍‌ ଓ ହେରୋଇନ୍‌ ମିଳିଥିଲା।

ଜବତ ନିଶାଦ୍ରବ୍ୟ, ଜାହାଜ ଓ ଏହାର କ୍ରୁ ସଦସ୍ୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି। ସେଠାରେ ତଟରକ୍ଷୀ ବାହିନୀ, NCB, NIA, ଗୁଜରାଟ ATS ସମେତ ବିଭିନ୍ନ ଏଜେନ୍ସି ମିଳିତ ଭାବେ ତଦନ୍ତ ଓ ପଚରାଉଚରା କରୁଛନ୍ତି।

ଏତେ ବିପୁଳ ପରିମାଣର ଡ୍ରଗ୍ସ କେଉଁଠାରୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହା ପଛରେ କେଉଁ ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱର୍କ ରହିଛି, ସେନେଇ ତଦନ୍ତ ଜାରି ରହିଛି।

ସମ୍ପର୍କିତ ସମ୍ବାଦ

ଆସିଆନ୍ ସାମୁଦ୍ରିକ ଆଲୋଚନାରେ ବଙ୍ଗୋପସାଗର ଲେନ୍ ଉଲ୍ଲେଖ
ବିଶ୍ୱ

ଆସିଆନ୍ ସାମୁଦ୍ରିକ ଆଲୋଚନାରେ ବଙ୍ଗୋପସାଗର ଲେନ୍ ଉଲ୍ଲେଖ

ନମୁନା ବ୍ରିଫିଂରେ ଓଡ଼ିଶା ବନ୍ଦରକୁ ବଢ଼ୁଥିବା ପୂର୍ବ ଦ୍ୱାର ଭାବେ ଉଲ୍ଲେଖ କରାଯାଇଛି।

ଅଗଷ୍ଟ 18, 06:50 AM