ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ତାଳଚେରରେ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିଲେ ମହିଳା, ଜୀବନ ବଞ୍ଚାଇଲେ RPF ଏଏସଆଇ

ତାଳଚେର : ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରି ବଡ଼ ଅଘଟଣ ଟାଳିଦେଲେ RPF ଅଧିକାରୀ। ଘଟଣାଟି…

ପ୍ରକାଶିତ: ସେପ୍ଟେମ୍ବର 29, 2026, 1:00 PM · 1 ମିନିଟ୍ ପଠନ · 1 ଦର୍ଶନ

Read in English

ତାଳଚେରରେ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିଲେ ମହିଳା, ଜୀବନ ବଞ୍ଚାଇଲେ RPF ଏଏସଆଇ

ତାଳଚେର: ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରି ବଡ଼ ଅଘଟଣ ଟାଳିଦେଲେ RPF ଅଧିକାରୀ। ଘଟଣାଟି ତାଳଚେର ହାଣ୍ଡିଧୂଆଁ ରେଳ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ତେବେ ଟ୍ରେନରେ ଚଢ଼ିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା। ମହିଳା ଜଣକ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ପଡ଼ିଯିବା ଭଳି ପରିସ୍ଥିତି ଉପୁଜିଥିଲା।

In-article advertisement

ଏହି ସମୟରେ ଡ୍ୟୁଟିରେ ଥିବା RPF ଏଏସଆଇ ରାକେଶ ଅମାନ୍ତ ଘଟଣାଟି ଦେଖି ତୁରନ୍ତ ଦୌଡ଼ି ଯାଇଥିଲେ। ନିଜ ଜୀବନକୁ ଖାତିର ନକରି ସେ ମହିଳାଙ୍କୁ ତୁରନ୍ତ ଟ୍ରେନ ଭିତରକୁ ଠେଲି ଦେଇଥିଲେ। ଫଳରେ ନିଶ୍ଚିତ ଭାବେ ଘଟିପାରିଥିବା ଏକ ବଡ଼ ଅଘଟଣ ଟଳିଯାଇଥିଲା। ସମୟୋଚିତ ପଦକ୍ଷେପ ନେଇ ମହିଳାଙ୍କ ଜୀବନ ବଞ୍ଚାଇଥିବା RPF ଏଏସଆଇ ରାକେଶ ଅମାନ୍ତଙ୍କ ଏହି ସାହସିକତା ଏବେ ପ୍ରଶଂସା ସାଉଁଟୁଛି।

ଟ୍ୟାଗ୍: Talcher, Train Accident, Woman Passenger, RPF Rescue

ସମ୍ପର୍କିତ ସମ୍ବାଦ

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା
ଓଡ଼ିଶା

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଯନ୍ତ୍ରୀ। ମାଥିଲି ବ୍ଲକର Assistant Executive Engineer (AEE) ଶିଶିର କୁମାର ଦା…

ସେପ୍ଟେମ୍ବର 29, 02:12 PM

ଜନସେବା କେନ୍ଦ୍ର ମାଲିକଙ୍କୁ ଟାର୍ଗେଟ କରି ଫାୟାରିଂ; ୩ ରାଉଣ୍ଡ ଗୁଳି…ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଚାଲିଗଲା ଜୀବନ
ଓଡ଼ିଶା

ଜନସେବା କେନ୍ଦ୍ର ମାଲିକଙ୍କୁ ଟାର୍ଗେଟ କରି ଫାୟାରିଂ; ୩ ରାଉଣ୍ଡ ଗୁଳି…ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଚାଲିଗଲା ଜୀବନ

କେନ୍ଦୁଝରରେ ରାତି ଅଧରେ ଗୁଳିର ଗର୍ଜନ। ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକ…

ସେପ୍ଟେମ୍ବର 29, 11:26 AM

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍
ଓଡ଼ିଶା

ବନ୍ୟା ପାଇଁ ଆଗୁଆ ସରିଲା ବିଧାନସଭା; ୫ ଦିନରେ ପାରିତ ହେଲା ୪ ବିଲ୍

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ…

ସେପ୍ଟେମ୍ବର 29, 11:16 AM

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର
ଓଡ଼ିଶା

ମହିଳା ନିଖୋଜ ତଥ୍ୟରେ ବଡ଼ ଖୁଲାସା, ୫ ବର୍ଷରେ ୭୨ ହଜାରରୁ ଅଧିକ ମହିଳା ନିଖୋଜ, ୫୩,୭୨୦ ଉଦ୍ଧାର

୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ମିଳିଲା ଉତ୍ତର

ସେପ୍ଟେମ୍ବର 28, 07:02 PM