ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ଶ୍ରୀମନ୍ଦିରରେ ଐତିହାସିକ ନିଷ୍ପତ୍ତି; ଶ୍ରୀଜୀଉଙ୍କର ହେବ ନୂଆ ସୁନାବେଶ ସେଟ୍‌, ୩୦ ସେପ୍ଟେମ୍ବରରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ପ୍ରଥମ ୩ ଦିନ ଦର୍ଶନ ମାଗଣା

ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ଘୋଷଣା: ଭକ୍ତଙ୍କୁ ମିଳିଲା ୪ ବଡ଼ ଉପହାର

ପ୍ରକାଶିତ: ସେପ୍ଟେମ୍ବର 28, 2026, 12:50 PM · 1 ମିନିଟ୍ ପଠନ · 3 ଦର୍ଶନ

Read in English

ପୁରୀ ଶ୍ରୀମନ୍ଦିର
ପୁରୀ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବହୁ ପ୍ରତୀକ୍ଷିତ ବୈଠକ ଶେଷ ହୋଇଛି। ବୈଠକରେ ମହାପ୍ରଭୁଙ୍କ ନୂଆ ସୁନାବେଶ ନିର୍ମାଣଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବା, ଦିବ୍ୟାଙ୍ଗଙ୍କ ସ୍ୱତନ୍ତ୍ର ଦର୍ଶନ, ପୁରୀବାସୀଙ୍କ ଦର୍ଶନ ବ୍ୟବସ୍ଥା ଓ ସେବାୟତ କଲ୍ୟାଣ ସମେତ ଏକାଧିକ ଐତିହାସିକ ପ୍ରସ୍ତାବ ଉପରେ ମୋହର ବାଜିଛି।

ମହାପ୍ରଭୁଙ୍କ ପାଇଁ ତିଆରି ହେବ ଆଉ ଏକ ସୁନାବେଶ

ବୈଠକର ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ଅଳଙ୍କାର ସେଟ୍ ପ୍ରସ୍ତୁତ କରାଯିବ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ପାଣ୍ଠିରୁ ନିର୍ମାଣ କରିବ। ତେବେ ଇଚ୍ଛୁକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱଇଚ୍ଛାରେ ଦାନ ମଧ୍ୟ କରିପାରିବେ।

ରତ୍ନଭଣ୍ଡାର ଗଣତି ସମୟରେ କରାଯାଇଥିବା ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ଆଧାର କରି ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତା ବଜାୟ ରଖି ଏହି ଅଳଙ୍କାର ପ୍ରସ୍ତୁତ ହେବ। ଏଥିପାଇଁ ଏକ ଟେକ୍ନିକାଲ କମିଟି ଗଠନ କରାଯିବ ଏବଂ ଅନୁଭବୀ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯିବ।

୩୦ ସେପ୍ଟେମ୍ବରରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର। ୩୦ ସେପ୍ଟେମ୍ବରରୁ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ରହିବ।

In-article advertisement

ପ୍ରଥମ ୩ ଦିନ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ଥିବାବେଳେ, ପରବର୍ତ୍ତୀ ସମୟରେ ଭକ୍ତଙ୍କୁ ୧୦ ଟଙ୍କା ଟିକେଟ୍ ଦେବାକୁ ପଡ଼ିବ। ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ରହିବ।

ଦିବ୍ୟାଙ୍ଗଙ୍କ ପାଇଁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ଦର୍ଶନ

ପରିଚାଳନା କମିଟି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସ୍ୱତନ୍ତ୍ର ସ୍ଲଟ୍ ନିର୍ଦ୍ଧାରଣ ହେବ ଏବଂ ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବେ।

ସେହିପରି ପୁରୀବାସୀଙ୍କ ପାଇଁ ଆଧାର ଯାଞ୍ଚ, ସ୍ଲଟ୍ ବୁକିଂ ଓ ଚିଟ୍ ବ୍ୟବସ୍ଥାରେ ସ୍ୱତନ୍ତ୍ର ଦର୍ଶନ ସୁବିଧା ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ଦୈନିକ ସଂଖ୍ୟା ଓ ସମୟସୀମା ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ କରାଯିବ।

ସେବାୟତଙ୍କ ପାଇଁ ଆଦର୍ଶ ଗୁରୁକୁଳ

ବୈଠକରେ ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୁଳ ପ୍ରକଳ୍ପ ଉପରେ ମଧ୍ୟ ସମୀକ୍ଷା ହୋଇଛି। ୧୩୫୦ ମିଟର ପ୍ରାଚୀର ଭିତରେ ନିର୍ମାଣ ହେଉଥିବା ଗୁରୁକୁଳର ୮୦୦ ମିଟର ପ୍ରାଚୀର କାମ ଶେଷ ହୋଇଛି। ପ୍ରକଳ୍ପରେ ସ୍କୁଲ, ମନ୍ଦିର, ହଷ୍ଟେଲ, ଖେଳ ପଡ଼ିଆ ଓ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ କରାଯିବ।

ଟ୍ୟାଗ୍: #JagannathTemple #Srimandir #Puri #RathYatra #OdishaNews

ସମ୍ପର୍କିତ ସମ୍ବାଦ

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ଓଡ଼ିଶା

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJ…

ସେପ୍ଟେମ୍ବର 29, 05:20 PM

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO
ଓଡ଼ିଶା

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। କ୍ଲାସ୍‌ ୧ରୁ ୮ ପ…

ସେପ୍ଟେମ୍ବର 29, 05:13 PM

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର
ଓଡ଼ିଶା

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର

ଭାରତୀୟ ଆକାଶରେ ନଜର ଆସିବ ଆମେରିକାର ଅତ୍ୟାଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ F-35A Lightning II। ପ୍ରଥମଥର ପାଇଁ ଭାରତରେ ଆୟୋଜିତ ଏକ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସରେ F-35A ସାମିଲ ହୋଇଛି…

ସେପ୍ଟେମ୍ବର 29, 03:13 PM