ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…
ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ନାବାଳକ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକାନ୍ତ ପଣ୍ଡା ଓ ଅନୁସୟା ପଣ୍ଡାଙ୍କ ଏକମାତ୍ର ପୁଅ।
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୯ଟା ୩୦ରେ ସୁଭ୍ରାଂଶୁ ତାଙ୍କ ବଡ଼ ଭଉଣୀ ଓ ପିଉସାଙ୍କ ସହ ଟ୍ୟୁସନ ଯାଉଥିଲେ। ସେହି ସମୟରେ ରାସ୍ତା ଉପରେ ପ୍ରାୟ ୨ରୁ ଅଢ଼େଇ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଥିଲା। ଦୁଇ ଭାଇଭଉଣୀ ପିଉସାଙ୍କ ହାତ ଧରି ପାଣି ଭିତରେ ଯାଉଥିଲେ।
ଏହି ସମୟରେ ରାସ୍ତାର ଏକ ଫାଟରେ ପିଉସାଙ୍କ ଗୋଡ଼ ଫସିଯିବାରୁ ସେ ଭାରସାମ୍ୟ ହରାଇଥିଲେ। ତାଙ୍କ ବଡ଼ ଝିଆରୀ ସୁରକ୍ଷିତ ରହିଥିବା ବେଳେ ସୁଭ୍ରାଂଶୁ ପ୍ରଖର ପାଣି ସ୍ରୋତରେ ଭାସିଯାଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଶିଶୁକୁ ଖୋଜିବା ଆରମ୍ଭ କରିଥିଲେ। ଧୂଷୁରୀ ପୁଲିସକୁ ଖବର ଦିଆଯିବା ପରେ ଧାମନଗର ଓ ଭଦ୍ରକରୁ ଦୁଇଟି ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୩ ଘଣ୍ଟା ଧରି ଖୋଜାଖୋଜି କରାଯାଇଥିଲେ ମଧ୍ୟ ନାବାଳକର ସନ୍ଧାନ ମିଳିନଥିଲା। ରାତି ହୋଇଯିବାରୁ ଖୋଜାଖୋଜି ବନ୍ଦ ରହିଥିଲା। ଆଜି ପୁଣି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୁଭ୍ରାଂଶୁଙ୍କ ନିଖୋଜ ପରେ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ଗାଁରେ ମଧ୍ୟ ଦୁଃଖର ବାତାବରଣ ରହିଛି।
ଟ୍ୟାଗ୍: #Bhadrak #Dhamnagar #FloodSituation #MissingChild #RescueOperation #SearchOperation