ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ବନ୍ୟା-ବର୍ଷାର ମାଡ଼ରେ ଓଡ଼ିଶା: ୩୭,୪୩,୯୪୩ ଜଣ ପ୍ରଭାବିତ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ତଥ୍ୟ

ବିଧାନସଭାରେ ବନ୍ୟାର ବଡ଼ ଚିତ୍ର, ୨୬ ଜିଲ୍ଲାର ୩୭ ଲକ୍ଷରୁ ଅଧିକ ପ୍ରଭାବିତ

ସରକାର ଦେଲେ ବଡ଼ ତଥ୍ୟ

ପ୍ରକାଶିତ: ସେପ୍ଟେମ୍ବର 25, 2026, 10:43 AM · 1 ମିନିଟ୍ ପଠନ · 13 ଦର୍ଶନ

Read in English

 ମନ୍ତ୍ରୀ ସୁରେଶ ପୂଜାରୀ
ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ଚଳିତ ବର୍ଷର ବନ୍ୟା ଓ ଲଗାଣ ବର୍ଷା ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟର ୨୬ଟି ଜିଲ୍ଲାର ୩୭,୪୩,୯୪୩ ଜଣ ଲୋକ ବନ୍ୟା ଓ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଓ ଅତ୍ୟଧିକ ବର୍ଷା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩ଟି ପଶୁଧନ ମଧ୍ୟ ନଷ୍ଟ ହୋଇଛି। ଏହାଛଡ଼ା ରାଜ୍ୟରେ ୨,୧୨,୫୩୩ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୮,୦୬୭ଟି ଘର ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି।

In-article advertisement

ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ ପାଇଁ SDRF ନିୟମ ଅନୁଯାୟୀ ସରକାର ଜିଲ୍ଲାଗୁଡ଼ିକୁ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ମୁକ୍ତ କରିଛନ୍ତି।

ଏହି ସହାୟତା ରାଶିରୁ ୩୩.୬୩ କୋଟି ଟଙ୍କା ଘର ନିର୍ମାଣ ସହାୟତା ପାଇଁ ଏବଂ ୧୫୧.୯୬ କୋଟି ଟଙ୍କା ଫସଲ କ୍ଷତି ସହାୟତା ବାବଦରେ ବଣ୍ଟନ କରାଯାଇଛି। ବାକି ଅର୍ଥ ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ସହ ଅନ୍ୟାନ୍ୟ SDRF ମାନଦଣ୍ଡ ଅନୁଯାୟୀ ବ୍ୟବହାର କରାଯାଉଛି। ଚଳିତ ବର୍ଷର ବନ୍ୟା ଓ ବର୍ଷା ରାଜ୍ୟର ଜନଜୀବନ, କୃଷି ଓ ବାସଗୃହ ଉପରେ ଗଭୀର ପ୍ରଭାବ ପକାଇଥିବା ଏହି ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି।

ଟ୍ୟାଗ୍: #OdishaFlood #FloodUpdate

ସମ୍ପର୍କିତ ସମ୍ବାଦ

ପରୀକ୍ଷଣ ଖବର
ଓଡ଼ିଶା

ପରୀକ୍ଷଣ ଖବର

ନୂଆ ଦାୟିତ୍ୱ ଅନୁଯାୟୀ, ସୌଦାନ ସିଂହ ଏହି ଚାରିଟି ରାଜ୍ୟର ଦଳୀୟ ସାଙ୍ଗଠନିକ କାର୍ଯ୍ୟ, ଆଭ୍ୟନ୍ତରୀଣ ସମନ୍ୱୟ ଓ ଦଳୀୟ ବ୍ୟବସ୍ଥାର ତଦାରଖ କରିବେ। ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ଲାଗୁ ହେବ ବୋଲି ଜଣାପଡ଼ିଛି। ସେହିପରି ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶଙ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୋଆର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ମୁମ୍ବାଇ ରହିବ।

ସେପ୍ଟେମ୍ବର 25, 12:19 PM

ପରୀକ୍ଷଣ ଖବର
ଓଡ଼ିଶା

ପରୀକ୍ଷଣ ଖବର

ଓଏସଏସସି ମିଳିତ ସ୍ନାତକୋତ୍ତର ନିଯୁକ୍ତି ଓଏସଏସସି ମିଳିତ ସ୍ନାତକୋତ୍ତର ନିଯୁକ୍ତି ପ୍ରକାଶ କଲା

ସେପ୍ଟେମ୍ବର 23, 01:36 PM

ଉପକୂଳ ଓଡ଼ିଶା ପାଇଁ ପ୍ରବଳ ବର୍ଷା ସତର୍କତା; ବିଦ୍ୟାଳୟ ଉପରେ ନଜର
ଓଡ଼ିଶା

ଉପକୂଳ ଓଡ଼ିଶା ପାଇଁ ପ୍ରବଳ ବର୍ଷା ସତର୍କତା; ବିଦ୍ୟାଳୟ ଉପରେ ନଜର

ବଙ୍ଗୋପସାଗରରେ ନିମ୍ନଚାପ ଘନୀଭୂତ ହେବାରୁ ହଳଦିଆ ଓ କମଳା ସତର୍କତା ଜାରି ରହିଛି।

ଅଗଷ୍ଟ 19, 10:50 AM

ପୁରୀ ପୌର ସଂସ୍ଥା ପର୍ବ ସମୟର ଭିଡ଼ ଓ ପରିମଳ ଯୋଜନା ଜାରି କଲା
ଓଡ଼ିଶା

ପୁରୀ ପୌର ସଂସ୍ଥା ପର୍ବ ସମୟର ଭିଡ଼ ଓ ପରିମଳ ଯୋଜନା ଜାରି କଲା

ପଥଚାରୀ ଗତି, ଆବର୍ଜନା ଉଠାଣ ଓ ଗରମ ସ୍ୱାସ୍ଥ୍ୟ ଡେସ୍କ ଉପରେ ଗୁରୁତ୍ୱ ଦିଆଯାଇଛି।

ଅଗଷ୍ଟ 19, 07:50 AM